ରାତିରେ ନିଦ କାହିଁକି ହୁଏନି ? ତେବେ ଶୋଇବା ପୂର୍ବରୁ କଣ କରିବା...
ଅର୍ଗସ ବ୍ୟୁରୋ : ଯେତେ ଚେଷ୍ଟା କଲେ ବି ରାତିରେ ନିଦ ହେଉନି । ଯାହା ଆଜିର ସମୟରେ ବଡ଼ ସମସ୍ୟା ଭାବେ ଛିଡା ହୋଇଚି । ବର୍ତ୍ତମାନ ଯୁଗର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ ଭାବେ ହୋଇଚି । ଏଥିପାଇଁ ସାଧାରଣତଃ ଅଜବ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଦାୟୀ ।
ଯେଉଁ କାରଣରୁ କିଛି ଲୋକ ରାତିରେ ଆରାମଦାୟକ ନିଦ ପାଆନ୍ତି ନାହିଁ ଏବଂ ସେମାନେ ଟିକିଏ ନିଦ ପାଇଁ ରାତିସାରା ପାର୍ଶ୍ୱ ପରିବର୍ତ୍ତନ କରି ଚାଲିଥାନ୍ତି । ଏଭଳି ପରିସ୍ଥିତିରେ ସେ ପରଦିନ ଅଫିସରେ ଥକାପଣର ସମ୍ମୁଖୀନ ହେଉଛନ୍ତି ଏବଂ ଚେୟାରରେ ବସି ଅନେକ ସମୟରେ ସୋଇପଡ଼ନ୍ତି କିମ୍ବା ଢ଼ୋଳାଉଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଏହି ସମସ୍ୟାର ସମାଧାନ କିପରି ପାଇବେ ?
ରାତିରେ ଶୋଇବା ପୂର୍ବରୁ ଚିନ୍ତାରୁ କିପରି ପାଇବେ ମୁକ୍ତି...
୧. ମାନସିକ ଶାନ୍ତି ପାଇବା ଏବଂ ଚିନ୍ତାରୁ ମୁକ୍ତି ପାଇବା ପାଇଁ, ଶୋଇବା ପୂର୍ବରୁ ପ୍ରତିଦିନ ମନଛୁଆଁ ଗୀତ ଶୁଣନ୍ତୁ, ଏହା ଆପଣଙ୍କୁ ରାତିରେ ଚିନ୍ତା ନକରିବାରେ ସାହାଯ୍ୟ କରିବ ।
୨. ଶୋଇବା ପୂର୍ବରୁ ମନରେ ଏକ ଶାନ୍ତ ଏବଂ ସକରାତ୍ମକ ପରିବେଶ କଳ୍ପନା କରନ୍ତୁ । ଶୋଇବା ପୂର୍ବରୁ ଏହି ପଦ୍ଧତି ଅବଲମ୍ବନ କଲେ ଆପଣ ଧ୍ୟାନକୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖି ପରିବେ ।
୩. ରାତିରେ ଚିନ୍ତାରୁ ମୁକ୍ତି ପାଇବା ପାଇଁ, ପ୍ରତିଦିନ ଶୋଇବା ପୂର୍ବରୁ କିଛି ସମୟ ପାଇଁ ଧ୍ୟାନ କରନ୍ତୁ । ଏହା ଆପଣଙ୍କ ମନକୁ ଶାନ୍ତ କରିବ ଏବଂ ଆପଣଙ୍କର ଚିନ୍ତା ମଧ୍ୟ କମ କରିବାରେ ସାହାଯ୍ୟ କରିବ ।
୪. ଶରୀର ଓ ମନକୁ ଆରାମ ରଖିବା ପାଇଁ ଶୋଇବା ପୂର୍ବରୁ ଏକ କପ୍ କୋମୋମାଇଲ୍ ଚା ପିଅନ୍ତୁ । ଏହା ଚାପ ଏବଂ ଚିନ୍ତାକୁ ହ୍ରାସ କରିବ ଏବଂ ଭଲ ନିଦ ହେବ ।
୫. ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ । ଏହା ରାତିରେ ଚିନ୍ତା ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିବ । ଏବଂ ମାଂସପେଶୀକୁ ଆରାମ ଦେବାରେ ସାହାଯ୍ୟ କରେ ।
୬. ଲେଭେଣ୍ଡର ଫୁଲ ଚାପକୁ ହ୍ରାସ କରିଥାଏ, ତେଣୁ ଶୋଇବା ପୂର୍ବରୁ ଆପଣ ନିଜ ଶରୀରରେ ଲେଭେଣ୍ଡର ଲୋସନ ବ୍ୟବହାର କରିପାରିବେ ।
୭. ଶୋଇବା ପୂର୍ବରୁ ଫୋନ୍ କିମ୍ବା ଟିଭି ଦେଖିବା କମ କରିବା ଉଚିତ କାରଣ ଫୋନ୍ କିମ୍ବା ଟିଭି ଦେଖିବା ଦ୍ବାରା ରାତିରେ ଭଲ ନିଦ ହୋଇନଥା ।
୮. ଯଦି ଆପଣ କିଛି ବିଷୟରେ ଚିନ୍ତା କରୁଥାନ୍ତି ତେବେ ଶୋଇବା ପୂର୍ବରୁ ସେ ବିଷୟରେ ଚିନ୍ତା କରିବା ନାହିଁ । ଚିନ୍ତା କଲେ ରାତିରେ ଭଲ ନିଦ ହୋଇ ନଥାଏ ।